+100%-

         ପୃଥିବୀରେ ଯେତେ କାହାଣୀ ପଢ଼ିବାର କାହାଣୀ ଗ୍ରନ୍ଥ ଗ୍ରନ୍ଥାଗାରମାନଙ୍କରେ ରହିଅଛି ତନ୍ମଧ୍ୟରୁ ଏହି ଗ୍ରନ୍ଥଟି ସର୍ବଶ୍ରେଷ୍ଠ କାହାଣୀ ପୁସ୍ତକ ଭାବରେ ପରିଚିତ । ଏହି ଗ୍ରନ୍ଥଟି ଅନେକ ଗୁଡ଼ିଏ ଶିକ୍ଷଣୀୟ ତଥା ଉଦାହରଣ ବିଶିଷ୍ଟ କାହାଣୀ ରହିଥିଲେ ମଧ୍ୟ ଏହାର ନାମ ମଧ୍ୟ ଗୋଟିଏ – ତାହା ହେଉଛି ପଞ୍ଚତନ୍ତ୍ର । ଏହି ଗଳ୍ପ ବହୁ ଉଦାହରଣକୁ ନ୍ୟାୟ ବିଚାରକୁ ନେଇ ଲିଖିତ ହୋଇଥିଲେ ତାହା ସାଧାରଣତଃ ପିଲାଙ୍କର ମନକୁ ମୋହିବା ପରି କେବଳ ହିଁ ପୃଥିବୀରେ ଖେଳା ବୁଲା କରୁଥିବା ପଶୁପକ୍ଷୀମାନଙ୍କ ଆଧାରିତ ଖୁବ୍ ମଜ୍ଜାଦାର କାହାଣୀ । କାହାଣୀଗୁଡ଼ିକ କେତେ ସାର୍ବଜନୀନ ହୋଇପାରେ । ସ୍ୱଭାବ ସୁନ୍ଦର ହୋଇପାରେ । ସେପରି ସଜାଇ ଲେଖିବାର ବହୁ ପ୍ରୟାସ ମଧ୍ୟରେ ପଣ୍ଡିତ ବିଷ୍ଣୁଶର୍ମା ସମାପ୍ତ କରିଛନ୍ତି ଗଳ୍ପଗୁଡ଼ିକ ।

ଏଥିରେ ଉଦାହରଣର ନୀତିବାକ୍ୟ ଓ ଗଳ୍ପର ପରମ୍ପରା ଅତ୍ୟନ୍ତ ରୁଚିକର ଓ ଅତ୍ୟନ୍ତ ପୁରାତନ । ଯେତେବେଳେ ଏହି ଦେବଭୂମି ଭାରତର ମୁନିଋଷିମାନଙ୍କର ପ୍ରକୃତି ପ୍ରତି ଅତ୍ୟନ୍ତ ଶ୍ରଦ୍ଧା ଥିଲା, ଅରଣ୍ୟରେ ଜୀବନ ଯାପନ କରି ଦେବତ୍ୱର ଆସନ ଭୋଗର ଅଧିକାର ପାଉଥିଲେ ସେତେବେଳେ ମୁନିଋଷିମାନଙ୍କର ଏହି ପଶୁପକ୍ଷୀମାନଙ୍କ ପ୍ରତି ଯେତେ ସ୍ନେହଥିଲା ତାହାର ଅନେକ ଗୁଣରେ ସେଇମାନଙ୍କୁ ନେଇ ଗଢ଼ିଉଠିଥିବା ଗଳ୍ପଗୁଡ଼ିକ ଲୋକାଦୃତ ହେବାପରି ଅନୁଭବ ହୋଇଛି ।

ପଣ୍ଡିତ ବିଷ୍ଣୁ ଶର୍ମା ଏହି ପଞ୍ଚତନ୍ତ୍ର ପୁସ୍ତକରେ ପଶୁପକ୍ଷୀମାନଙ୍କର ଚରିତ୍ରକୁ ଏଭଳି ଭାବରେ ବର୍ଣ୍ଣନା କରିଅଛନ୍ତି ଯେ ଯେଉଁଥିରେ କି ମନୁଷ୍ୟଗଣ ସେଥି ମଧ୍ୟରୁ ଜୀବନ ଗଠନ କରିବାର ପ୍ରଣାଳୀର ସଠିକ୍ ପଥଟିକୁ ଆହରଣ କରିପାରନ୍ତି । ପଞ୍ଚତନ୍ତ୍ର କେବଳ ମାତ୍ର ପଶୁପକ୍ଷୀମାନଙ୍କର ଚରିତ୍ର ଉପରେ ଲେଖାଯାଇଥିଲେ ମଧ୍ୟ ସେଥିରେ ବେଦ ଉପନିଷଦ ପରି ମହାପୂଣ୍ୟ ପୁସ୍ତକମାନଙ୍କରେ ମିଳୁଥିବା ଅମୃତସମ ଜ୍ଞାନମଧ୍ୟ ଏହି ପୁସ୍ତକରେ ସ୍ଥାନପାଇଛି । ତାହା ଜଗଦଜନଙ୍କ ଜୀବନ ବଞ୍ଚିବା କର୍ଯ୍ୟରେ ଲାଗିପାରୁଛି ।

ପୁସ୍ତକ କଥାରେ –              

ଦ୍ୱାସୁପର୍ଣ୍ଣା ସକ୍ଷୁଜା ସଖାୟ ।

ସମାନ ବୃକ୍ଷଂ ପରିଷଷ୍ୱ ଜାତେ

ତୟୋରେକଂ ପିପଳଂ ସ୍ୱାଦ୍ୱତ୍ତି

ଅନଶଦ୍ୟୋଽହି ଭିଚକାଶତି ।

ଏହାର ସୁନ୍ଦର କଥାଟି ହେଲା – ମାତ୍ର ଗୋଟିଏ ବୃକ୍ଷ । ସେହି ବୃକ୍ଷରେ ବସି ରହିଛନ୍ତି ଦୁଇଗୋଟି ପକ୍ଷୀ । ସେହି ଦୁଇପକ୍ଷୀ ମଧ୍ୟରେୁ ଗୋଟିଏ ପକ୍ଷୀ ବୃକ୍ଷରୁ ସ୍ୱାଦଫଳ ଗୁଡ଼ିଏ ଖାଉଥିବା କାଳେ ଅନ୍ୟ ପକ୍ଷୀଟି କାହିଁକି କେଜାଣି ଫଳ ଆହାର ନକରି ଚୁପଚାପ ବସିରହିଛି ।

ପଣ୍ଡିତ ବିଷ୍ଣୁଶର୍ମା, ବାସ୍ତବ ଭାବରେ ସମାନଷ୍ପଦ ଜ୍ଞାନୀ ଓ ଜ୍ଞାନରେ ସର୍ବୋତ୍ତମ ଭାବେ ବିଶ୍ୱରେ ସମ୍ମାନିତ । କାରଣ ଉପରୋକ୍ତ ଦୃଷ୍ଟାନ୍ତଟିକୁ କେବଳ ମାତ୍ରକ ଜୀବ ଓ ବ୍ରହ୍ମ ଉପରେ ଆଲୋଚନା କରି ତାହାକୁ ସଫଳତା ଦେଇପାରିଛନ୍ତି ।

ତେବେ ମୋଟ୍ ଉପରେ ବିଚାରକୁ ଗଲେ ବର୍ତ୍ତମାନ କଥାକୁ ବାଦ୍ ଦେଲେ ଆମେ ଯଦି ପୁରାତନ ଆଡ଼କୁ ବିଚାର କରିବା ତାହାହେଲେ ପଣ୍ଡିତ ଶର୍ମାଙ୍କର ପଞ୍ଚତନ୍ତ୍ର କାହାଣୀ ପୁସ୍ତକଟି ସମସ୍ତ ଦିଗରୁ ଦ୍ୱିତୀୟ ସ୍ଥାନର ହକଦାର ହେବ ।

ଏଥିରେ କୁମାର୍ଗୀ ରାଜକୁମାରମାନଙ୍କୁ ଉଚ୍ଚିତ ମାର୍ଗରେ ଚଳାଇ ଦେବାକୁ ଗଳ୍ପଗୁଡ଼ିକ ଯେଉଁସ୍ଥାନ ଅଧିକାର କରିଛି, ତାହା ନିଶ୍ଚୟ ଗୌରବର କଥା ।

କାହିଁକି ଏ ପୁସ୍ତକ ନାମ ‘ପଞ୍ଚତନ୍ତ୍ର’ଏପରି ନାମକରଣ ହେବାର ଯଥାର୍ଥତା କଣ? ତାହା ହିଁ ନିମ୍ନରେ ପ୍ରଦତ୍ତ କରାଯାଇ କହୁଛି ଯେ ସମଗ୍ର ପୁସ୍ତକର ପାଠ୍ୟବସ୍ତୁ ମୋଟା ମୋଟି ପାଞ୍ଚଗୋଟି ବିଭାଗ ମଧ୍ୟରେ ବାନ୍ଧି ହୋଇରହିଛି । ତାହାହେଲା – ୧- ଅପରୀକ୍ଷିତ କାରକ, ୨-ଲବ୍ଧ ପ୍ରମାଣ, ୩-କାକୋଲୁକୀୟ, ୪-ମିତ୍ରପ୍ରାପ୍ତି ଓ ୫- ମିତ୍ରଭେଦ । ପ୍ରତ୍ୟେକ ବିଭାଗରେ କେବଳ ପଶୁପକ୍ଷୀମାନଙ୍କର ଚରିତ୍ର ଓ ଗୁଣାବଳୀ ପୂର୍ଣ୍ଣ ।

ଏହି ପଞ୍ଚତନ୍ତ୍ର ପଲ୍ଲବୀ ଭାଷାରେ ସିରିଆ, ଆରବୀ ଭାଷାରେ ପୈଶାଚୀ ଭାଷାରେ ନେପାଳୀ ପ୍ରଭୃତି ବହୁ ଭାଷାରେ ଅନୁବାଦିତ ବୋଲି ଶାସ୍ତ୍ରମତରେ କୁହାଯାଇଅଛି ।

ପଣ୍ଡିତ ବିଷ୍ଣୁଶର୍ମାଙ୍କର ଏପରି କାହାଣୀଗୁଡ଼ିକ ରଚନା କରିବା ବେଳେ ଏଥିରେ ଉଦାହରଣମାନ ଅଛି ଯେ ଯେଉଁ ଶାସ୍ତ୍ରକୁ କେବଳ ନୀତି ଓ ଆଦର୍ଶର କଥା ଶିଖିବା ନିମନ୍ତେ ଲେଖାଯାଇଅଛି ।

ପଞ୍ଚତନ୍ତ୍ର କାହାଣୀ ସୃଷ୍ଟିର ମହତ୍ୱ ରାଜପୁତ୍ରଙ୍କର ନୀତିଶାସ୍ତ୍ର ବିଶାରଦ ହେବା

ପଣ୍ଡିତ ବିଷ୍ଣୁଶର୍ମା ଏହି ‘ପଞ୍ଚତନ୍ତ୍ର’ର କାହାଣୀଗୁଡ଼ିକ ସୃଷ୍ଟି କରିବା ସମୟରେ ତାହାଙ୍କର ମୁଖ୍ୟ ଉଦ୍ଧେଶ୍ୟ ଥିଲା ଯେ, ଏଥିରେ କେବଳ ସଦାଚାର ତଥା ନିତ୍ୟ ଶିକ୍ଷାକଥା ହିଁ ଆଲୋଚ୍ୟ ବିଷୟବସ୍ତୁ ହେବ । ସେଥିପାଇଁ ଏଠାରେ ଏକ ବିଷୟ ପ୍ରଦତ୍ତ କରାଯାଇଅଛି ତାହା ଏହିପରି ଯେ –

ଦକ୍ଷିଣ ଦେଶ ମଧ୍ୟସ୍ଥ ଏକ ରାଜ୍ୟ ଥିଲା । ସେହି ରାଜ୍ୟର ନାମ ମହିଳା ରୋପ୍ୟ । ସେହି ରାଜ୍ୟକୁ ରାଜତ୍ୱ କରୁଥାଆନ୍ତି ରାଜା ଅମରକୀର୍ତ୍ତି । ଅମର କୀର୍ତ୍ତିଙ୍କର ଯେତେଗୁଡ଼ିଏ ପୁତ୍ରଥିଲେ ସମସ୍ତେ ହିଁ ଥିଲେ ମୂର୍ଖ । ସେଥିପାଇଁ ରାଜା ସଦାସର୍ବଦା ଦୁଃଖରେ ମ୍ରିୟମାଣ ହୋଇପଡ଼ୁ ଥାଆନ୍ତି, କିପରି ସେହି ପୁତ୍ରମାନଙ୍କର ମୂର୍ଖତା ଦୂର ହେବ । ସେଥିପାଇଁ ବହୁ ଆଡ଼ୁ ବହୁ ପଣ୍ଡିତଙ୍କ ଅନ୍ୱେଷଣରେ ରାଜା ତାହାଙ୍କର ଭୃତ୍ୟମାନଙ୍କୁ ପଠାଇଲେ । ହେଲେ ଏଥିରେ କିଛି ଲାଭ ହେଲା ନାହିଁ । କାରଣ ଦେଶରେ ଅନେକ ପଣ୍ଡିତ ଥିଲେ ମଧ୍ୟ ସେମାନେ ନିଜକୁ କେବେ ଯୋଗ୍ୟ ପଣ୍ଡିତ ବୋଲି ବିଚାର କରିପାରନ୍ତି ନାହିଁ । ସେଥିଲାଗି ରାଜାଙ୍କର ସମସ୍ତ ପ୍ରକାର ଚେଷ୍ଟା ବିଫଳ ହୋଇଯାଏ । ରାଜାଙ୍କର ଏପରି ଚିନ୍ତାଗ୍ରସ୍ତ ସମୟରେ ସମ୍ବାଦଟି ବିଷ୍ଣୁଶର୍ମାଙ୍କ ନିକଟରେ ପହେଞ୍ଚ । ତହୁଁ ବିଷ୍ଣୁଶର୍ମାଙ୍କ ନିଜର ଶିକ୍ଷାଦାନର ଆବେଗତା ଦୃଷ୍ଟିରୁ ରାଜାଙ୍କୁ ଦର୍ଶନ କରି କହିଥିଲେ – ମାତ୍ର ଛଅଗୋଟି ମାସ ମଧ୍ୟରେ ମୁଁ ଆପଣମାନଙ୍କର ପୁତ୍ରମାନଙ୍କୁ ନିଶ୍ଚିତ ଭାବରେ ପାଣ୍ଡିତ୍ୟ କରାଇଦେବି । ଏହାପରେ ରାଜପୁତ୍ରମାନଙ୍କର ସମସ୍ତ ପାଠପଢ଼ାର ଦାୟିତ୍ୱ ବିଷ୍ଣୁଶର୍ମା ବହନ କଲେ ଏବଂ ସେହି ଛଅମାସ ମଧ୍ୟରେ ରାଜପୁତ୍ରମାନଙ୍କୁ ନିତୀଶାସ୍ତ୍ର ବିଷାରଦ କରାଇ ଦେଇ ପାରିଥିଲେ ।

ତେବେ ବିଷ୍ଣୁଶର୍ମା ଯେ ହଠାତ୍ ଜଣେ ପଣ୍ଡିତ ହୋଇଯାଇଥିଲେ ଏ କଥା ବି ନୁହେଁ । ନିଜକୁ ଜଣେ ସର୍ବଶାସ୍ତ୍ରର ପାଣ୍ଡିତ୍ୟ ଆଣିବାର ଯୋଗ୍ୟତା ନିମନ୍ତେ ସେ ମଧ୍ୟ ଚାଣକ୍ୟ, ବ୍ୟାସ, ପରାଶର, ଶୁକ୍ର, ବାଚସ୍ପତି ଏବଂ ମନୁଙ୍କ ପରି ବହୁ ପଣ୍ଡିତଙ୍କୁ ଅନ୍ୱେଷଣ କରିଛନ୍ତି ଏବଂ ସେମାନଙ୍କ ପ୍ରଣିତ ଶାସ୍ତ୍ରକୁ ପଠନ କରି ପାଣ୍ଡିତ୍ୟ ଅର୍ଜନ କରିଥିଲେ । ସେଥିଲାଗି ଶାସ୍ତ୍ରରେ କୁହାଯାଇଅଛି ଯେ –

ସକଳାର୍ଥ ଶାସ୍ତ୍ର ସାରଂ ଜଗତି ସମାଲୋକ୍ୟ ବିଷ୍ଣୁଶର୍ମେଦମ୍

ତନ୍ତ୍ରୈଃ ପଞ୍ଚଭିତେତଚ୍ଚକାର ସମୁନୋହରଂ ଶାସ୍ତ୍ରମ୍ ।

ଶାସ୍ତ୍ର କଥନେ ପଣ୍ଡିତ ବିଷ୍ଣୁଶର୍ମା ଜଗତରେ ଥିବା ସମସ୍ତ ନୀତିଶାସ୍ତ୍ରଗୁଡ଼ିକ ଅଧ୍ୟୟନ ପୂର୍ବକ ସେଥିରୁ ସମସ୍ତ ସାର ରସତକ ସଂଗ୍ରହ କରି ଏପରି ଏକ ପୁସ୍ତକ ପ୍ରଣୟନ କଲେ ଯେଉଁ ପୁସ୍ତକର ନାମ ହେଉଛି ପଞ୍ଚତନ୍ତ୍ର ।

ଏପରି ଶାସ୍ତ୍ରର ଭାଷା ସମ୍ପୂର୍ଣ୍ଣ ସରଳ ଏବଂ ନୀତି ଆଦର୍ଶନ ଦ୍ୱାରା ସମୃଦ୍ଧ ହୋଇଛି । ଏଥିରେ ରାଜନୀତି, ଲୋକନୀତି ସମ୍ପର୍କରେ ଏପରି ଆଲୋଚନା ହୋଇଛି ଯେ ସେଥି କାରଣରୁ ଏହା ଅତ୍ୟନ୍ତ ଉଚ୍ଚକୋଟୀର କାହାଣୀ ଶାସ୍ତ୍ର ଭାବରେ ପରିଚିତ । କାହିଁକି ପଞ୍ଚତନ୍ତ୍ର ଯେବେ ଉଚ୍ଚ କୋଟୀର ସାହିତ୍ୟ ହୋଇନଥାଆନ୍ତା ତାହାହେଲେ ତାହାର ଭାଷାନ୍ତର ବା ଅନୁବାଦ ପାର୍ସି, ହିବ୍ରୁ, ସିରିଆ, ଆରବୀ, ସ୍ଲାବୀ, ଲାଟିନ୍, ଜର୍ମାନୀ ଆଦି ଭାଷାରେ ପ୍ରକାଶ ପାଇନଥାଆନ୍ତା । ସେଥିପାଇଁ ପଣ୍ଡିତ ବିଷ୍ଣୁଶର୍ମାଙ୍କର ପଞ୍ଚତନ୍ତ୍ର ସାରା ବିଶ୍ୱରେ ଯେପରି ପ୍ରସିଦ୍ଧ ସେହିପରି ଲୋକପ୍ରିୟ ହୋଇପାରିଛି ।

କାହାର ଏହି ଶାସ୍ତ୍ରକୁ ପାଠ କରୁଥିବା ବ୍ୟକ୍ତିଗଣ ନିଜ ଗୁଣରେ ହିଁ ନିଜକୁ ପରିମାର୍ଜିତ ମନୁଷ୍ୟ ଭାବରେ ପରିଗଣିତ କରିପାରିଛନ୍ତି । କାହିଁକି ‘ପଞ୍ଚତନ୍ତ୍ର’ର ପାଠକମାନେ ପଞ୍ଚତନ୍ତ୍ର କାହାଣୀକୁ ଅଧ୍ୟୟନ କରିବା ପରେ ସେମାନଙ୍କ ମନରୁ ବଳେ ବଳେ ଗର୍ବ ଅହଙ୍କାର ଅଭିମାନ ଦର୍ପ ଦମ୍ଭକୁ ଦୂରେଇ ଦେଇପାରନ୍ତି ।

ସେଥିଲାଗି କୁହାଯାଇଅଛି, ସଂସାରରେ ପ୍ରତିଦିନ ସୂର୍ଯ୍ୟ ଆତଯାତ କରୁଛନ୍ତି । ପ୍ରାଣୀ ନାନା ପ୍ରକାର କାର୍ଯ୍ୟରେ ବ୍ୟସ୍ତ ଥାଇ ମଧ୍ୟ ସେ ନିଜେ ହିଁ ଜାଣିପାରେ ନାହିଁ ଯେ, ତା’ ନିମନ୍ତେ ଯେଉଁ ଆୟୂଷ ବିଧାତା ଦ୍ୱାରା ନିର୍ଦ୍ଧାରିତ ହୋଇଛି ତାହା ଏହାରି ମଧ୍ୟରେ କ୍ଷୟପାତ ହେବାରେ ଲାଗିଛି । ଆଉ ମଧ୍ୟ ଏ ପୃଥିବୀର ମନୁଷ୍ୟ ଜନ୍ମଠାରୁ ତା’ ଜୀବନକୁ ଆସୁଥିବା ଜନ୍ମଠାରୁ ମୃତୁ୍ୟ ଯାଏ ଯେଉଁ ଯେଉଁ ବିଭୀଷିକାମୟ ଦୃଶ୍ୟକୁ ଦେଖି ଆସୁଅଛି ତାହା ଦେଖି ନିଜକୁ ସାମାନ୍ୟ ମାତ୍ର ଭୟଭୀତ କରିପାରୁ ନାହିଁ ।

ମନୁଷ୍ୟର ଏପରି ଅବସ୍ଥାରେ ସେହି ରାଜପୁତ୍ରମାନଙ୍କର ଗମନ ବି ହୋଇଥିଲା । ଯାହାପାଇଁ ରାଜା ସ୍ୱୟଂ ଚିନ୍ତିତ ଥିବା ସମୟରେ ପଣ୍ଡିତ ବିଷ୍ଣୁଶର୍ମା ରାଜାଙ୍କର ସମସ୍ତ ଚିନ୍ତାକୁ ଦୂର କରିଦେଇ ପାରିଥିଲେ ।

ଆଉ ମଧ୍ୟ ସେତେବେଳେ ଏଭଳି ମୂଲ୍ୟବାନ ଶାସ୍ତ୍ରର ସମସ୍ତ ପାଠ୍ୟକୁ ନିଜକୁ ସ୍ୱଚ୍ଛ ସମୟ ମଧ୍ୟରେ କାଳେ ନିଜର ଆୟତକୁ ଆଣି ନପାରିବେ ସେଥିପାଇଁ ବିଷ୍ଣୁଶର୍ମା ସମସ୍ତ ଶାସ୍ତ୍ରର ସାରତତ୍ତ୍ୱତକ ସଂଗ୍ରହ କରି ପ୍ରଚେଷ୍ଟା କରିଥିଲେ । ଏହି ପଞ୍ଚତନ୍ତ୍ରର ପ୍ରକାଶନ ।

ଅନନ୍ତ ପାରଂ କିଳ ଶବ୍ଦ ଶାସ୍ତ୍ରଂ

ସ୍ୱଳ୍ପ ତଥାୟୁ ର୍ବହବଶ୍ଚ ବିଘ୍ନା

ସାରଂ ତତୋ ଗ୍ରାହମପାସ୍ୟ ଫଲଗୁ

ହଂସୈର୍ଯଥା କ୍ଷୀରମିବାମ୍ବୁମଧ୍ୟାତ

କାରଣ ଶାସ୍ତ୍ର ତ କାୟା ବିସ୍ତାର କରିଛି । ମନୁଷ୍ୟ ତ ବଞ୍ଚି ରହିବାର ସମୟ ଅତି ସ୍ୱଳ୍ପ । ତେଣୁ କାହିଁ ସେ ସମ୍ଭବ ଯେ ଏତେ ଗୁଡାଏ ଶାସ୍ତ୍ରକୁ ମନୁଷ୍ୟ ତାହାର ଆୟତ୍ତକୁ ଆଣିପାରେ । ତେଣୁ ଏହି ପଞ୍ଚତନ୍ତ୍ର ସେହି ବିସ୍ତ୍ରୀର୍ଣ୍ଣ ସାଗରରୁ ସାମାନ୍ୟ ବାଲିକଣିକାର ପରିଚୟଭାବେ ପଣ୍ଡିତ ବିଷ୍ଣୁଶର୍ମା ସୃଷ୍ଟି କଲେ ‘ପଞ୍ଚତନ୍ତ୍ର’ ।

ନିର୍ଲୋଭୀ ପଣ୍ଡିତ ବିଷ୍ଣୁର୍ଶମା

ସେହି ବିଷ୍ଣୁଶର୍ମା ଜଣେ ଚାରିବର୍ଣ୍ଣ ଶ୍ରେଷ୍ଠ ବ୍ରାହ୍ମଣ କୂଳରେ ଜାତ ହୋଇଥିଲେ । ସେ ସମୟରେ ବ୍ରାହ୍ମଣମାନଙ୍କର ଲାଗି ସମାଜରେ ବହୁ ଉଚ୍ଚସ୍ଥାନ ଥିଲା । ଆଉ ମଧ୍ୟ ବୈଶ୍ୟ, ଶୂଦ୍ର, କ୍ଷତ୍ରିମାନ ଯେପରି ନିଜ ନିଜର ସେବା ଓ କର୍ମକୁ କରିବା ନିମନ୍ତେ ଏ ସମାଜରେ ଅଗ୍ରାଧିକାର ପାଇଥିଲେ ସେହିପରି ବ୍ରାହ୍ମଣମାନେ ମଧ୍ୟ ସମାଜରେ ଶ୍ରେଷ୍ଠ ବର୍ଣ୍ଣ ଭାବରେ ବିବେଚିତ ହେବାର କାରଣ ଥିଲା ଯେ, ସେମାନେ ଥିଲେ ବେଦବିତ୍ତ ପଣ୍ଡିତ । କାରଣ ବ୍ରାହ୍ମଣମାନେ ସେତେବେଳେ ପାଣ୍ଡିତ୍ୟ ଗୁଣ ନିମନ୍ତେ ପୂଜା ପାଉଥିଲେ ।

ପ୍ରମାଣ ସ୍ୱରୂପ ରାଜାଙ୍କର ସମସ୍ତ ପୁତ୍ରଙ୍କୁ ମାତ୍ର ଛଅମାସ ମଧ୍ୟରେ ପାଣ୍ଡିତ୍ୟ ଭାବରେ ପରିଚିତ କରାଇ ଦେବାକୁ ପଣ୍ଡିତ ବିଷ୍ଣୁଶର୍ମା ରାଜାଙ୍କ ନିକଟରେ ପ୍ରତିଶ୍ରୁତିବଦ୍ଧ ହୋଇପଡ଼ିଥିଲେ ।

କିପରି? ଯେତେବେଳେ ରାଜାଙ୍କର ପରିଷଦଗଣ ବିଷ୍ଣୁଶର୍ମା ନାମକ ଜଣେ ପଣ୍ଡିତଙ୍କୁ ଅନ୍ୱେଷଣ ପାଇଯାଇଥିଲେ ସେତେବେଳେ ବ୍ୟଗ୍ରତାର ସହିତ ପରିଷଦଗଣ ଯାଇ ଏହିକଥା ରାଜାଙ୍କୁ ଜଣାଇଥିଲେ । ରାଜା ସେଙ୍ଗ ସେଙ୍ଗ ପଣ୍ଡିତ ବିଷ୍ଣୁଶର୍ମାଙ୍କୁ ନିଜର ରାଜସଭାକୁ ଆମନ୍ତ୍ରିତ କରି ଆଣି ବହୁ ସମ୍ମାନ ଦେବା ସହ ପଚାରିଥିଲେ – ଭୋ ଭଗବାନ୍! ମଦନୁ ଗ୍ରହାର୍ଥ ମେତାନର୍ଥଶାସ୍ତ୍ରଂ ପ୍ରତି ଦ୍ରାଗ୍ ଯଥାନନ୍ୟସ ଦୃଶାନ୍ ବିଦଧାସି ତଥା କରୁ । ତଦାହଂ ତ୍ୱାଂ ଶାସନ ଶତେନ୍ ଯୋଜୟିଷ୍ୟାମି ।

ସେତେବେଳେ ପଣ୍ଡିତ ବିଷ୍ଣୁଶର୍ମା ରାଜାଙ୍କୁ ବିନମ୍ରତାର ସହିତ ଉତ୍ତର ଦେଇଥିଲେ – ଦେବ! ଶ୍ରୁୟତାଂ ମେ ତଥ୍ୟ ବଚନମ୍ ।

ନାହଂ ବିଦ୍ୟା ବିକ୍ରୟଂ ଶାସନ ତେନାଽପି କରୋମି ।

ପୁନରେତାନ୍ ତବ ପୁତ୍ରାନ୍ ମା ସଷ୍ଟ୍କେନ

ଯଦି ନୀତିଶାସ୍ତ୍ରଜ୍ଞାନ୍ ନ କରୋମି

ତତଃ ସ୍ୱନାମ ତ୍ୟାଗଂ କରୋମି କିଂ ବହୁନା ।

ଶ୍ରୁୟତାଂ ମମୈଷ ସିଂହନାଦଃ

ନାହମର୍ଥ ଲିପ୍ସୁର୍ବ୍ରବୀମି ।

ମମା ଶୀତି ବର୍ଷସ୍ୟ ବ୍ୟାବୃତ୍ତ ସର୍ବେନ୍ଦ୍ରିନ୍ୟାର୍ଥସ୍ୟ କିଞ୍ଚିର୍ଦ୍ଥେନ ପ୍ରୟୋଜନମ୍ ।

କିଂତୁ ତ୍ୱତ୍ ପା୍ରର୍ଥନା ସିଦ୍ଧ୍ୟର୍ଥଂ ସରସ୍ୱତୀ ବିନୋଦଂ କରିଷ୍ୟାମି ।

ତଲିଖିତାମ୍ ଅଦ୍ୟ ତନୋ ଦିବସଃ

ଯଦ୍ୟହଂ ଷଡ଼ମାସାଭ୍ୟନ୍ତରେ ତବପୁତ୍ରାନ୍ନୟ ଶାସ୍ତ୍ରଂ ପ୍ରତି

ଅନନ୍ୟ ସଦୃଶାନ୍ ନକରିଷ୍ୟାମି, ତନୋନାର୍ହତି ଦେବୋ

ଦେବ ମାର୍ଗଂ ସନ୍ଦର୍ଶୟିତୁମ୍ ।

ବାସ୍ତବରେ ପ୍ରାଚୀନ ସମୟରେ ବେଦବିତ୍ ପଣ୍ଡିତମାନେ ନିଜର ନୀତିକୁ କିପରି ସତ୍ୟ ଓ ବିଚାର ମଧ୍ୟରେ ରଖିପାରୁଥିଲେ ତାହାର ଉଦାହରଣ ହୋଇ ରହିଯାଇଛନ୍ତି ପଣ୍ଡିତ ବିଷ୍ଣୁଶର୍ମା ।

କାରଣ ବିଷ୍ଣୁଶର୍ମା ଯେଉଁ କାଳରେ ରାଜାଙ୍କ ନିକଟକୁ ତାଙ୍କର ପାରିଷଦମାନଙ୍କ ଦ୍ୱାରା ପ୍ରେରିତ ହେଲେ ସେତେବେଳେ ରାଜା ତାହାଙ୍କର ପୁତ୍ରମାନଙ୍କର ବିଦ୍ୟାର୍ଜ୍ଜନ ନିମନ୍ତେ ବିଶେଷ ଚିନ୍ତିତ ଥିବାରୁ ପଣ୍ଡିତ ବିଷ୍ଣୁଶର୍ମାଙ୍କୁ ପଚାରିଥିଲେ ଯେ – ହେ ପଣ୍ଡିତ ବିଦ୍ୱାନ୍! ମୋର ପୁତ୍ରମାନଙ୍କୁ ଆପଣ ଯଦି ଅର୍ଥଶାସ୍ତ୍ରରେ ପାଣ୍ଡିତ୍ୟ ଆଣି ଦେଇପାରିବେ, ତାହାହେଲେ ମୁଁ ଆପଣଙ୍କର ପରିଶ୍ରମ ବାବଦକୁ ମୋର ରାଜ୍ୟରୁ ଶହେ ଖଣ୍ଡ ଗ୍ରାମ ପ୍ରଦାନ କରିଦେଇପାରିବି ।

ରାଜାଙ୍କର ଏପରି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଷ୍ଣୁଶର୍ମା କହିଥିଲେ ଯେ – ହେ ରାଜନ୍! ମୁଁ ଆପଣଙ୍କ ଠାରୁ ବିଦ୍ୟାଦାନ ପରିବର୍ତ୍ତେ ଶହେ ଖଣ୍ଡ ଗ୍ରାମ ଆପଣଙ୍କ ଠାରୁ ନେବାକୁ କୁଣ୍ଠାପ୍ରକାଶ କରୁଅଛି, କାରଣ ବିଦ୍ୟାଦାନ ପରି ମହତ୍ କାର୍ଯ୍ୟକୁ ମୁଁ କେବେ ବିକ୍ରୟ କରିପାରିବି ନାହିଁ, କିନ୍ତୁ ଏତିକି କରିପାରେ ଶହେ ଖଣ୍ଡ ଗ୍ରାମ ଦାନ ନେବାକୁ ପ୍ରତ୍ୟାଖ୍ୟାନ କରି ଯଦି ମୁଁ ଆପଣଙ୍କ ପୁତ୍ରମାନଙ୍କୁ ବିଦ୍ୟା ଦାନରେ ଉପଯୁକ୍ତ କରି ନପାରିଲି ମୁଁ ମୋର ଏହି ନାମକୁ ପରିତ୍ୟାଗ କରିଦେଇ ପାରିବି । ମୁଁ ସିଂହର ଆଚରଣ ପୂର୍ବକ କଥା କହୁଅଛି । କି ଲାଭ ମୋର ଏହି ବିଷ୍ଣୁଶର୍ମା ନାମର ମହତ୍ତ୍ୱ । କାରଣ ମୋର ନାମ ବିଷ୍ଣୁଶର୍ମା ବୋଲି ଆପଣ ଆଉ ପରିଚୟ ପାଇବେ ନାହିଁ । ମୁଁ ଅର୍ଥ ପ୍ରତି ଆଶା ରଖି କଥାଗୁଡାଏ କହୁ ନାହିଁ । ବର୍ତ୍ତମାନ ମୋର ବୟସ ବହୁ ବୃଦ୍ଧାବସ୍ଥାରେ ପହଞ୍ଚିଲାଣି । ସମସ୍ତ ଇନ୍ଦ୍ରିୟ ଶିଥିଳ । ଆଉ ଏ ବୟସରେ ଧନ ସମ୍ପତ୍ତି ଆଉ ଅର୍ଥର କି ପ୍ରୟୋଜନ । କେବଳ ଏତିକି ଜାଣନ୍ତୁ ଆପଣଙ୍କର କଥାକୁ ରଖିବାକୁ ଯାଇ କେବଳ ହିଁ ବିଦ୍ୟାଦାନ କରି ଆନନ୍ଦ ଭୋଗ କରିବାକୁ ମୋର ଇଚ୍ଛା ଅଛି । ଆଉ ମଧ୍ୟ ମୁଁ ଯଦି ବିଦ୍ୟାଦାନରେ କୃତକାର୍ଯ୍ୟ ହୋଇନପାରେ ତାହାହେଲେ ଆପଣ ମୋତେ ଆଉ ସ୍ୱର୍ଗ ମାର୍ଗ ଦେଖାଇବାର ଆବଶ୍ୟକତା ନାହିଁ । କାରଣ ବଳେ ବଳେ ସ୍ୱର୍ଗ ମାର୍ଗରୁ ମୁଁ ବଞ୍ଚିତ ହୋଇସାରିଥିବି ।

ତେବେ ବିଷ୍ଣୁଶର୍ମାଙ୍କର ଥିଲା ଅସୀମ ସାହସ । ସେ ଥିଲେ ଅସୀମ ଧୈର୍ଯ୍ୟବାନ୍ ତାହା ହୋଇନଥିଲେ ରାଜାଙ୍କର ପୁତ୍ରମାନଙ୍କୁ ମାତ୍ର ଛଅ ମାସ ମଧ୍ୟରେ ଏତେଗୁଡ଼ିଏ ବିଦ୍ୟାରେ ପାରଦର୍ଶିତା କରାଇ ପାରିନଥାନ୍ତେ ।