+100%-

ଅରଣ୍ୟ ମଧ୍ୟରେ ଗୋଟିଏ କୂପ ଥିଲା । ସେହି କୂପରେ ଗଙ୍ଗଦତ୍ତ ନାମକ ବେଙ୍ଗରାଜ ବାସ କରୁଥିଲେ । ଦିନକର କଥା ଯେ ହଠାତ୍ ତାହାଙ୍କର ପ୍ରଜାମାନେ ତାଙ୍କ ସହ ଆଚରଣ ମନ୍ଦ ଭାବରେ କରିବାରୁ ସେ ଦୁଃଖିତ ହୋଇପଡ଼ିଲା । ସେଥିଲାଗି ସେ ସେହିଦିନ କୂପ ପରିତ୍ୟାଗ କରି ବାହାରକୁ ଆସି ଚିନ୍ତା କଲାଯେ, ଏପାରି ଥାଇ ସେ ତାର ପ୍ରଜାମାନଙ୍କୁ ଏପରି ପାନେ ଓଷଧ ଚଖାଇବ ଯେ ବଳେ ବଳେ ଠିକ୍ ପଥକୁ ପ୍ରଜାମାନେ ପଳାଇ ଆସିବେ ।

ସେହିପରି ଚିନ୍ତାଟିଏ ମନ ମଧ୍ୟକୁ ନେଇ ବାହାରେ ବେଶ୍ ଅପେକ୍ଷା କରିଥିବା ସମୟରେ ସେ ଦେଖିଲା ଯେ କିଛି ଦୂରରେ ସାପ ଗୋଟିଏ ଗାତ ମଧ୍ୟକୁ ପଶୁଛି । ତାହାକୁ ଦେଖି ଗଙ୍ଗଦତ୍ତ ଭାବିଲା ଯେ ଏହି ସାପଟିକୁ ଯଦି କଳ କୌଶଳ କରି ଏଇ କୂପ ମଧ୍ୟକୁ ନେଇ ଯାଆନ୍ତି ତାହାହେଲେ ସାପଦ୍ୱାରା ହିଁ ମୋର ଶତ୍ରୁମାନେ ନିପାତ ହୋଇଯାଆନ୍ତେ ।

ତା’ପରେ ବେଙ୍ଗ କିଛି ଦୂର ସାପ ଉଦ୍ଧେଶ୍ୟରେ ଯାଆନ୍ତେ ସାପର ମଧ୍ୟ ଏହି ବେଙ୍ଗକୁ ଦେଖି ତାର ପାଟିରୁ ଲାଳ ବୋହି ପଡ଼ିଲା । ସେତିକିବେଳେ ବେଙ୍ଗକୁ ଗୋଟିଏ ଲମ୍ବା ନମସ୍କାର ଜଣାଇ କହିଲା ମୋର ନାମ ଗଙ୍ଗଦତ୍ତ । ମୁଁ ଏଠାକାର ସମସ୍ତ ବେଙ୍ଗମାନଙ୍କର ରାଜା ଅଟେ । ମୋର ଆଜି ବହୁତ ଇଚ୍ଛା ହେଉଅଛି ଯେ ତୁମ ସହ ବନ୍ଧୁତା କରନ୍ତି । ସେଥିଲାଗି ବହୁ ପରିଶ୍ରମ କରି ଏଠାକୁ ଆସିଥିଲି ।

google-tez-social
ଏଠାରେ ବେଙ୍ଗକୁ ଦେଖି ସାପ ଭାବିଲା ଏହି ବେଙ୍ଗ ତ ମୋର ଶତ୍ରୁ । ବେଙ୍ଗ ଯାହା କହୁଛି ତାହା ତ ନିଶ୍ଚୟ ଅସମ୍ଭବ । ତାହାହେଲେ ବେଙ୍ଗ କ’ଣ କିଛି ଗୋଟାଏ ପ୍ରତାରଣାର ରାସ୍ତା କରି ମୋ ପାଖକୁ ଆସିଅଛି । ତାହାନହେଲେ ନିଆଁ ଆଉ ପାଣି, ପୁଣି ବନ୍ଧୁତା କେଉଁଠାରେ କଲେଣି । ସେହି କଥା ହିଁ ସାପ ଗଙ୍ଗଦତ୍ତକୁ କହିବାରୁ ଗଙ୍ଗଦତ୍ତ ହକିଲା, ହେ ନାଗ ଦେବତା! ମୁଁ ଏକଥା ଆଗରୁ ଜାଣିଥିଲି ଯେ ଏହା ତ ବିଚାର ଦୃଷ୍ଟିରୁ ଅସଙ୍ଗତ ଏବଂ ଅସମ୍ଭବ । ତେବେ ମୋର ତମ ସହ ବନ୍ଧୁତା କରିବାର କାରଣ ହେଉଛି ଯେ ବର୍ତ୍ତମାନ ମୋର ଗୁଡାଏ ଶତ୍ରୁ ହୋଇଯାଇଛନ୍ତି । ଆପଙ୍କ ଦ୍ୱାରା ମୋର ଶତ୍ରୁ କୂଳର ବିନାଶ ଘଟନ୍ତା ଓ ତୁମର ଆହାର କରିବାରେ ମଧ୍ୟ ସନ୍ତୋଷ ଜନକ ସୁବିଧା ହୁଅନ୍ତା । ସେଥିପାଇଁ ମୋର ତୁମକୁ ଅନୁରୋଧ ଏହି କାର୍ଯ୍ୟରେ ମୋତେ ନିଶ୍ଚୟ ସାହାଯ୍ୟ କରିବ ।

ଏହାପରେ ରାଜା ଗଙ୍ଗଦତ୍ତର ମନର ଅସଲ କଥାକୁ ପଚାରିଲା – ହେ ବେଙ୍ଗଦତ୍ତ! ତାହାହେଲେ ତୁମେ ମୋତେ ଏଥର କୁହ ଯେ ତୁମର ସେହି ଶତ୍ରୁମାନେ କେଉଁଠାରେ ରହୁଅଛନ୍ତି ।

ତା’ପରେ ଗଙ୍ଗଦତ୍ତ ନିକଟରେ ଥିବା ପଥର ନିର୍ମିତ କୂପଟିକୁ ଦେଖାଇ ଦେଇ କହିଲା ଏହି କୂପ ମଧ୍ୟରେ ହିଁ ମୁଁ ବାସ କରେ ।

କୂପର କଥା ଶୁଣିବା ମାତ୍ରେ ଗଙ୍ଗଦତ୍ତଙ୍କୁ ସାପ କହିଲା ଯେ ମୁଁ କିନ୍ତୁ କୂପ ମଧ୍ୟକୁ ଯାଇପରିବି ନାହିଁ । ଏହାର କାରଣ ହେଲା ମୋର କୂପ ମଧ୍ୟକୁ ପ୍ରବେଶ କରିବାର ଗୋଡ଼ ନାହିଁ । ତେବେ ଯଦିଓ କୌଣସି ମତେ ସେଠାକୁ ଯାଇପାରେ ତାହାହେଲେ କେଉଁଠାରେ ରହି ମୁଁ ତୁମର ଶତ୍ରୁମାନଙ୍କୁ ବିନାଶ କରିପାରିବି ଏହାହିଁ ତ ମୋ ପାଇଁ ପ୍ରଧାନ ଚିନ୍ତା ।

ସାପଠାରୁ ଏ ପ୍ରକାର ବାଣୀ ଶୁଣିବା ପରେ ଗଙ୍ଗଦତ୍ତ କହିଲା ତାହାହେଲେ ତୁମ୍ଭେ ମିତ୍ର ଆଉ ଚିନ୍ତା କର ନାହିଁ । ମୁଁ ତୁମକୁ ସେହି କୂପ ମଧ୍ୟରେ ଯେମିତି ହେଉ ନେଇ ଛାଡ଼ି ଆସିବି । ସେହି କୂପ ମଧ୍ୟରେ ଗୋଟିଏ ଖୋଲ ଅଛି । ତୁମ୍ଭକୁ ସେହି ଖୋଲ ମଧ୍ୟରେ ରହି ମୋର ଶତ୍ରୁମାନଙ୍କୁ ଗୋଟି ଗୋଟି କରି ଶେଷ କରିବାର ସୁବିଧା ପାଇ ପାରିବ ।

ବେଙ୍ଗ ରାଜା ଗଙ୍ଗଦତ୍ତଠାରୁ ସବୁ ପ୍ରକାର ସୁବିଧା ପାଇବା ପରେ ସାପ ଭାବିଲା ଯାହାହେଉ ମରଣ କାଳ ତ ମୋର ହେଲାଣି । ବୁଢ଼ା ହୋଇଯିବା କାରଣରୁ ଶିକାରଟିଏ ଧରି ଖାଇବା ମୋ ପାଇଁ କଷ୍ଟପ୍ରଦ । ଏ ବି ଏକ ସୁଯୋଗ ମୋତେ ମିଳିଗଲା । ଏଥିରେ ମିତ୍ରଙ୍କୁ ତାଙ୍କର ଶତ୍ରୁ ନିପାତ କରିବାକୁ ସାହାଯ୍ୟ କରିବି ଆଉ ମଧ୍ୟ କିଛିଦିନ ମୋ ଲାଗି ଆଉ ଆହାର ଚିନ୍ତା ରହିବ ନାହିଁ । ଏଥିଲାଗି ଗଙ୍ଗଦତ୍ତ କଥାରେ ରାଜିହୋଇ ସାପ ତା’ର ଠିକଣା ସ୍ଥାନକୁ ଗଙ୍ଗଦତ୍ତ କଥାରେ ରାଜିହୋଇ ସାପ ତା’ର ଠିକଣା ସ୍ଥାନକୁ ଗଙ୍ଗଦତ୍ତ ଯାଇ ପହଞ୍ଚିଗଲା । ସେଠାରେ ପହଞ୍ଚିବା ପରେ ଗଙ୍ଗଦତ୍ତ କହିଲା : ଆହେ ମିତ୍ର ମୋର ମଧ୍ୟ ଆଉ ଏକ କଥା ଶୁଣ । ତୁମେ ସେହି ଖୋଲ ମଧ୍ୟରେ ଥାଇ ମୋର ଶତ୍ରୁଙ୍କୁ ବିନାଶ ତ କରିବ ହେଲେ ମୁଁ ତୁମକୁ ଯାହାକୁ କହିବି ତୁମେ ତାହାର ବିନାଶ କରିବ ।

ଏହାଶୁଣି ସାପ ମଧ୍ୟ କହିଲା – ଏତ ଠିକ କଥା । ମୋ ମିତ୍ରଙ୍କର ଯେଉଁମାନେ ଶତ୍ରୁ ସେମାନଙ୍କୁ ନିପାତ କରିବା ତ ମୋର କାମ, ତେଣୁ ତୁମଠାରୁ ନ ବୁଝି ତାହା ବା ମୁଁ କିପରି କରନ୍ତି ଯେ ।

ଏହାପରେ ବେଙ୍ଗ ରାଜା ଗଙ୍ଗଦତ୍ତ ମିତ୍ର ସାପଙ୍କୁ ଗୋଟିଏ ପାଣି କଢ଼ା ଯନ୍ତ୍ରର ରଜ୍ଜୁ ସାହାଯ୍ୟରେ କୂପ ମଧ୍ୟକୁ ନେଇଗଲା ଓ କୂପ ମଧ୍ୟରେ ଥିବା ଖୋଲ ମଧ୍ୟରେ ରହିବାର ସୁବିଧା କରାଇ ଦେବାରୁ ସାପ ଗୋଟି ଗୋଟି କରି କୂପ ମଧ୍ୟରେ ଥିବା ଗଙ୍ଗଦତ୍ତର ସମସ୍ତ ଶତ୍ରୁଙ୍କୁ ଗୋଟି ଗୋଟି କରି ଖାଇଦେଲା ।

ସାପ ଏଥି ମଧ୍ୟରେ ମିତ୍ର ଗଙ୍ଗଦତ୍ତଙ୍କର ସମସ୍ତ ଶତ୍ରୁଙ୍କୁ ନିପାତ କରିଦେଇ ସାରି କହିଲା – ହେ ମିତ୍ର ମୁଁ ଯେ ତୁମର ସମସ୍ତ ଶତ୍ରୁମାନଙ୍କୁ ନିପାତ କରି ସାରିଲି ଏବେ ତ ମୋତେ ବହୁତ କ୍ଷୁଧା ହେଲାଣି । ଏହାପରେ ଭୋଜନ ନିମନ୍ତେ କିଛି ବ୍ୟବସ୍ଥା କର । ଆହାର ବିନା ମୁଁ ମରିଯିବି ଯେ ।

ସାପର କଥା ଶୁଣି ଗଙ୍ଗଦତ୍ତ କହିଲା – ହେ ମିତ୍ର ନାଗ ଦେବତା! ଯାହାହେଉ ଆପଣ ମୋର ବହୁତ ଉପକାର କରିଛନ୍ତି ସେଥିଲାଗି ମୁଁ ଆପଣଙ୍କ ଚିର ଋଣି । ଏବେ ଆପଣ ନିଜ ପୁରକୁ ଫେରିଯିବାରେ ମୋର କୌଣସି ଆପତ୍ତି ନାହିଁ ।

ଏଥର ମିତ୍ର ଗଙ୍ଗଦତ୍ତ ସାପ ଉପରେ ରାଗିଯାଇ କହିଲା – ତୁମେ ତ ମୋର ଭଲ ମିତ୍ର ଦେଖୁଛି । ବିପଦ ସମୟରେ ମୋତେ ବହୁ ପ୍ରଲୋଭିତ କଥା କହି ଏଠାକୁ ଡାକି ଆଣିଲ । ତୁମ୍ଭର ଶତ୍ରୁ ଏତେଗୁଡ଼ାଏ ବେଙ୍ଗକୁ ମୋ ଦ୍ୱାରା ନିପାତ କରି ମୋତେ ହତ୍ୟାକାରୀ ଅପରାଧୀ କରାଇଲ । ପୁଣି କାମ ସରିଯିବାରୁ କହୁଛ ଏଥର ନିଜପୁରକୁ ଫେରିଯାଅ? ଏହା କେଉଁ ନ୍ୟାୟ ଶାସ୍ତ୍ରରେ କଥା? ଆଗ ତୁମେ ମୋର ଭୋକିଲା ଉଦରକୁ ଶାନ୍ତ କରାଅ । ତାହାଯଦି ନ କରି ପାରିବ ତାହାହେଲେ ମୁଁ ତୁମ ସମସ୍ତଙ୍କୁ ଭୋଜନ କରି ମୋର ଉଦରକୁ ଶାନ୍ତ କରିବି ।

ଏତେବେଳକୁ ସାପକୁ କୌଣସି ଉତ୍ତର ଦେବା ନିମନ୍ତେ ବେଙ୍ଗ ରାଜା ଗଙ୍ଗଦତ୍ତ ପାଖରେ କିଛି ଉପାୟ ନଥିଲା । ଏହାପରେ ସେ ବାଧ୍ୟ ହୋଇ ନିଜର ପରିବାର ମଧ୍ୟରୁ ଜଣ ଜଣ କରି ସାପର ଆହାର ନିମନ୍ତେ ପଠାଇବାକୁ ବାଧ୍ୟ ହେଲା ।

ସାପ ମଧ୍ୟ ଉଦର କଷ୍ଟର ନିବାରଣ ନିମନ୍ତେ ଏଠାରେ ପାପ ପୂଣ୍ୟ ମିତ୍ର ଶତ୍ରୁ ବୋଲି କିଛିବି ଚିନ୍ତା ନକରି ଗଙ୍ଗଦତ୍ତର ପରିବାରଙ୍କୁ ଖାଉ ଖାଉ ଶେଷ କରିଦେଲା । ଏହା ଦେଖନ୍ତେ ବିଚରା ଗଙ୍ଗଦତ୍ତ ଖୁବ୍ ଚାଲାଖିପଣରେ ସେ କୂପ ମଧ୍ୟରୁ ବାହାରକୁ ବାହାରି ଆସିଲା କିନ୍ତୁ ସାପ ସେହିପରି ସେହି କୂପ ମଧ୍ୟରେ ଗଙ୍ଗଦତ୍ତ ଫେରିବା ପଥକୁ ଚାହିଁ ବସିଲା ।

ଏହାପରେ ଦିନ ଦିନ ମାସ ମାସ ବିତିଗଲା । କୂପ ମଧ୍ୟକୁ ଆଉ ଗଙ୍ଗଦତ୍ତ ଫେରିଲା ନାହିଁ । ସାପ ଭୋକ ଉପାସରେ ଆଉଟ ପାଉଟ ହେଉଥିବା ସମୟରେ ଅନ୍ୟ ଖୋଲରେ ଥିବା ଗୋଧିକୁ ଦେଖି ସାପ ତାହାକୁ ଗଙ୍ଗଦତ୍ତ ପାଖକୁ କିଛି ସୁଖ ଖବର ଦେଇ ପଠାଇଲା ।

ଗୋଧିଟି ଗଙ୍ଗଦତ୍ତଙ୍କର ମିତ୍ର ସାପ କଥାରେ କୂପ ମଧ୍ୟରୁ ବାହାରକୁ ଆସି ସମସ୍ତ ସମ୍ବାଦ ଗଙ୍ଗଦତ୍ତକୁ ଦିଅନ୍ତେ ଗଙ୍ଗଦତ୍ତ ତାଙ୍କୁ ବୁଝାଇ କହିଲା – ହେ ଗୋଧି ନନା! ତୁମେ ଯାଇ ସାପକୁ କହିଦେବ ଯେ ମୁଁ ଆଉ ସେହି କୂପକୁ ଯିବି ନାହିଁ । ନିଜ ଦ୍ୱାରା ଖୋଳିଥିବା ଗର୍ତ୍ତରେ ମୋତେ ଶେଷର ପଡ଼ିବାକୁ ହେଲା । ମୋ ଦ୍ୱାରା ଏପରି ଭୁଲ ଆଉ କେବେ ହେବ ନାହିଁ ।