+100%-

ଦକ୍ଷଶିଳା ନଗରୀ । ସେହି ନଗରୀରେ ରାଜା ଥିଲେ ଦକ୍ଷଦତ୍ତ । ସେ ରାଜା ଖୁବ୍ ପ୍ରଜାବସିଳ ଥିଲେ । ତାଙ୍କର ରାଜୁତି ସମୟରେ ପ୍ରଜାମାନେ ବେଶ୍ ଆନନ୍ଦରେ ସମୟ ଅତିବାହିତ କରୁଥାଆନ୍ତି।

ହଠାତ୍ ରାଜକୁମାରଙ୍କୁ ଗୋଟିଏ ବିଷାକ୍ତ ସର୍ପ ଦଂଶନ କରିଦେଲା । ରାଜାପୁଅ ଆଉ ବଞ୍ଚିଲା ନାହିଁ । ସେ ତତ୍କ୍ଷଣାତ୍ ମରିଗଲା । ପୁତ୍ର ଶୋକରେ ରାଜାରାଣୀ ଦୁହେଁ ଭାଙ୍ଗି ପଡ଼ିଲେ । ରାଜକୁମାରଙ୍କର ମୃତ୍ୟୁ ହେବାର ସମ୍ବାଦ ସଙ୍ଗେ ସଙ୍ଗେ ବିଜୁଳି ବେଗରେ ରାଜ୍ୟ ସାରା ପ୍ରଘଟ ହୋଇଗଲା । ଆହା ରାଜକୁମାର ମରିଗଲେ । ଏପରି ଭାବରେ ସମସ୍ତେ ହାୟ ହାୟ କରିବାକୁ ଲାଗିଲେ ।

ଏପଟେ ବିଚରା ମନ୍ତ୍ରୀଙ୍କର ମୁଣ୍ଡ ଖରାପ । ପୁତ୍ରର ମୃତ୍ୟୁ ହେବା ପରେ ରାଜା ପ୍ରାୟତଃ ପାଗଳ ପରାୟ ହେଉଥାଆନ୍ତି । ରାଜ୍ୟ କିମ୍ବା ରାଜ୍ୟ କାର୍ଯ୍ୟରେମୁଣ୍ଡ ପୁରାଉ ନାହାନ୍ତି । ସେ ଏବେ କ’ଣ କରିବେ, କ’ଣ କରିବେ ବୋଲି ଅନେକ ଚିନ୍ତା କରିବା ମଧ୍ୟରେ ତାଙ୍କ ମୁଣ୍ଡରେ ଆସି ଏକ ବୁଦ୍ଧି ପଶିଲା । ସେ ତହୁଁ କ’ଣ କଲେ ନା, ମଲା ରାଜପୁତ୍ରଙ୍କୁ ପଡ଼ିଆର ଏକ ବୃକ୍ଷମୂଳରେ ଶୁଆଇଦେବାକୁ ସୈନ୍ୟମାନଙ୍କୁ ଆଦେଶ ଦେଲେ ଓ କେତେକ ସୈନ୍ୟଙ୍କୁ ରାଜପୁତ୍ରଙ୍କ ଶବକୁ ଜଗିବା ନିମନ୍ତେ କହି ଆସିଲେ ।

google-tez-social
ଖୁବ୍ ସୁନ୍ଦର ପୁଷ୍କରିଣୀରେ ପଦ୍ମଫୁଲଟିଏ ଫୁଟିଥାଏ । ପୁଷ୍କରିଣୀର ହୁଡ଼ା ଉପରେ ଗୋଟିଏ ହୁଙ୍କା । କେତେକ କଣ୍ଟା ବୃକ୍ଷ ଦ୍ୱାରା ଆବୃତ୍ତ ହୋଇଛି । ସେହି ହୁଙ୍କା ମଧ୍ୟରେ ସର୍ପର ଗର୍ତ୍ତ । ସର୍ପଟି ସେହି ଗର୍ତ୍ତରେ ବାସ କରୁଥିଲା । ସେ ସଙ୍ଗେ ସଙ୍ଗେ ବାହାରି ଆସି ରାଜପୁତ୍ର ଉପରେ ଫଣା ଟେକି ରହିବାର ଦେଖି ପୁଣି କେଉଁଠାରେ ଥିଲା ଆଉ ଗୋଟିଏ ସର୍ପ ଯେ ସେ ମଧ୍ୟ ଧାଇଁ ଆସି ପୂର୍ବରୁ ଫଣା ଟେକି ରହିଥିବା ସର୍ପକୁ କହିଲା – ଆହେ ବନ୍ଧୁ! ତୁ ତ ଏତେ ସୁନ୍ଦର ରାଜପୁତ୍ରକୁ ମାରିଦେଲୁ । ତୋ ମନରେ ପୁଣି କି କଥା ଅଛି ଯେ ପୁଣି ଏଠାକୁଆସିଛୁ । ଦେଖ ବନ୍ଧୁ ଏହିପରି ଭାବରେ ତୁମର ଗର୍ତ୍ତ ମଧ୍ୟରେ କେତେ ଅନ୍ୟାୟ ଉପାୟରେ ଗଚ୍ଛିତ କରି ସୁବର୍ଣ୍ଣ ମୋହର ଗୁଡ଼ିଏ ରଖିଛୁ । ସେ ପୁଣି କାହାର ଭାଗ୍ୟରେ ଅଛି କେଜାଣି, ହେଲେ ବନ୍ଧୁ ତୁମର ବୋଧେ ଏବେ ଧାରଣା ହୋଇଛି ଏହି ରାଜପୁତ୍ର ଆଉ ବଞ୍ଚିବ ନାହିଁ । ମୁଁ କିନ୍ତୁ କହୁଛି ଏହାର ଉପଯୁକ୍ତ ଔଷଧ ପାତାଳ ଗରୁଡ଼ । ଯଦି ଜାଣିବାର ଲୋକଥିବ ସେ ପାତାଳ ଗରୁଡ଼ର ଚେରକୁ ଆଣି ବାଟିକରି ପିଆଇ ଦେବ ତାହାହେଲେ ରାଜପୁତ୍ର ନିଶ୍ଚୟ ବଞ୍ଚିବେ ।

ଏକଥା ଶୁଣିବାମାତ୍ରେ ପ୍ରଥମ ସର୍ପଟି ଖୁବ୍ କ୍ରୋଧ ହୋଇଗଲା । ଗର୍ଜନ ତର୍ଜନ କରି କହିଲା ବହୁତ କହୁଛୁ ହେଲେ ପ୍ରଥମେ ଆଗ ତୋର ନିଜ କଥା ଚିନ୍ତାକର । ତୋର ଜୀବନ ମାତ୍ର କାଞ୍ଜିପାଣି ମୁନ୍ଦାକରେ ଅଛି । କେହି ଯଦି ଏକଥା ଜାଣିପାରି ତୋ ଗାତରେ କାଞ୍ଜିପାଣି ଢ଼ାଳି ଦେବନା ତୁ ତ ଠକ୍ କରି ପଡ଼ି ମରିଯିବୁ । ଏତକରେ ତ ତୋ କଥା ସରିବ ।

ପ୍ରଥମ ସାପ ଏହିପରି ଭାବରେ କହି ଚାଲିଛି । ଦ୍ୱିତୀୟ ସର୍ପଟି ପ୍ରଥମ ସର୍ପ ଉପରେ ଖୁବ୍ ଜୋର୍ରେ ରାଗିଗଲା । ସେ ଖୁବ୍ ଜୋର୍ରେ ଗର୍ଜନ କଲା । ଆଉ କହିଲା କେହି ଯଦି ଜାଣିଥିବ ଯେ ସାମାନ୍ୟ ଗରମ ପାଣିରେ ତୋର ଜୀବନ ନାଟିକାର ଶେଷ ହୋଇଯିବ, ତେବେ ଭାବେ ତୋର କଣ ହେବ!

ଏହିପରି ଭାବରେ ସର୍ପ ଦୁଇଜଣଙ୍କର ଯୁକ୍ତି ତର୍କ ଚାଲିଥାଏ । ରାଜାଙ୍କର ସୈନିକମାନଙ୍କ ମଧ୍ୟରେ ଗୋଟିଏ ବୁଦ୍ଧିଆ ସୈନିକ ଥିଲା ଯେ ସେ ସର୍ପମାନଙ୍କର କଥାବାର୍ତ୍ତାରୁ ଅସଲ କଥାକୁ ଜାଣିପାରି ତା’ ପରଦିନ ସେହି ସମସ୍ତ ଉପାୟ କଲାରୁ ସର୍ପ ଦୁଇଟି ଛଟପଟ ହୋଇ ମରିଗଲେ । ରାଜକୁମାର ମଧ୍ୟ ନିଜ ଜୀବନ ଫେରି ପାଇଲେ । ତା’ପରେ ସେମାନେ ଯାଇ ସର୍ପର ଗର୍ତ୍ତକୁ ଖୋଳିଦେବାରୁ ତା’ ମଧ୍ୟରୁ ସୁବର୍ଣ୍ଣ ମୋହରଗୁଡ଼ିଏ ନେଇ ରାଜକୋଷରେ ଜମା କରିଦେଲେ । ଯଦି ସେହି ସର୍ପମାନଙ୍କ ମଧ୍ୟରେ ଗୋପନ କଥାଗୁଡ଼ିକ ପଦାକୁ ଆସି ନଥାଆନ୍ତା ତାହାହେଲେ ରାଜାପୁଅ ବଞ୍ଚିଥାଆନ୍ତା ନା ଏତେଗୁଡାଏ ସୁବର୍ଣ୍ଣ ମୋହାର ଉଦ୍ଧାର ହୋଇଥାଆନ୍ତା ।